lirikcinta.com
a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9 #

ki hela re! - soumya biswajit lyrics

Loading...

କି ହେଲା ରେ, କହିତ ନୁହଇ ଭାରତୀରେ
କାଲି ଯା ଦୂରରୁ ଦେଖି/ସଖୀ, କଳନା କଲା ମୋ ଆଖି
କଳା ଇନ୍ଦୀବର ଆରତିରେ ॥ ପଦ ॥
କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର
ତେଜ ସେ ରବିସୁତାର ତୀରେ
କମ୍ପି ମୋର କଳେବର, ହୋଇଗଲା ଆରପାର
ଯାହାକୁ ଡରଇ ତାର ତୀରେ ॥ ୧ ॥
କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ
କର୍କଶ ନୋହିବା ଭାରତୀରେ
କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା
ମଜ୍ଜିଯିବି କି ଉଭା ରତିରେ ॥ ୨ ॥
କି ମୋହନ ଲୀଳା ଧରି, କୋଟି କଳାକର ଶିରୀ
ପୁରିଛି ସେ ଶ୍ୟାମ ମୂରତିରେ
କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ
ଚିରାୟୁ ରଖିଲା ଜରତୀରେ ॥ ୩ ॥
କି ନୀତି କି ଜାତିଶୀଳ, କି କୁଳବରତ ଫଳ
ଠଉର ପାରିଲା ମୋ ମତିରେ
କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ଵନ
ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥ ୪ ॥
କଲବଲ ଛଟପଟ, ହୋଇ ଯାଉଛି ନିପଟ
ସଂବେଶ ଅଶନ ବିରତିରେ
କହଇ ଶ୍ରୀବାଲୁକେଶ, ଶରଣ ଧରଣୀ ଈଶ
ଏ କି ଦଣ୍ଡ ବିନା ପୀରତିରେ ॥ ୫ ॥
ନାଦଃ କୋଽପି ନିତମ୍ବିନୀଜନମନଃ କ୍ଷୋଭକ୍ଷମଃ ଶୂଶ୍ରୂବେ
କାନ୍ତିଃ କାପି ଚଳତ୍ କଳାପମୁକୁଟାଲମ୍ବା ଚୁଚୁମ୍ବାମ୍ବକେ
ସ୍ଥୈର୍ଯ୍ୟଂ ତତ୍ ପ୍ରଭୃତି ସ୍ଖଳତ୍ୟପି ବଳତ୍ୟନ୍ତର୍ବିଲାପୋ ବଳା*
ଦଶ୍ରାନ୍ତଂ ସଖି ଦୃଶ୍ୟତେ କିମଭିତୋ ମାହେନ୍ଦ୍ରନୀଳଂ ମହଃ ॥
ସଖି! ଶିଖଣ୍ଡାପୀଡମନୋହରଃ ପ୍ରତ୍ୟଗ୍ରମୁଦିରମେଦୁରଃ ସମୂତ୍କଟନଟନାଟୋପପଟୁଃ କୋଽପି ସମୂହୋ ମହସାମମଳଃ ସମାଲୋକି ମୟେତ୍ୟୁକ୍ତବତ୍ୟାଂ ଶ୍ରୀମତ୍ୟାଂ ତାଂ ପ୍ରତି ଲଳିତା ।

Random Song Lyrics :

Popular

Loading...